Saturday, 22 May 2021

Different Time in Odia

Hello ସାଙ୍ଗମାନେ....କଣ ଆପଣ ଓଡ଼ିଆ ରେ ଓ ଇଂରାଜୀ ରେ କେଉଁ ସମୟକୁ କଣ କୁହାଯାଏ ତାହା ଜାଣିଛନ୍ତି କି । ଏହି ଲେଖାରେ ଆମେ ଓଡ଼ିଆ ଓ ଇଂରାଜୀରେ ରେ କେଉଁ ସମୟକୁ କଣ କୁହାଯାଏ, ସେ ବିଷୟରେ ଜାଣିବା। ତେବେ ଆସନ୍ତୁ ଆରମ୍ଭ କରିବା....
  1. Time - ସମୟ
  2. Morning - ସକାଳ
  3. Afternoon - ଅପରାହ୍ନ
  4. Dawn - ଗୋଧୂଳି ସମୟ
  5. Evening- ସନ୍ଧ୍ୟା
  6. Night - ରାତି, ରଜନୀ
  7. Midnight - ମଧ୍ୟ ରାତ୍ରି
  8. Past - ପୂର୍ବ
  9. Day - ଦିନ
  10. Today - ଆଜିଦିନ
  11. Yesterday - ଗଲାକାଲି
  12. Tomorrow - ଆସନ୍ତା କାଲି
  13. Very often - ଅନେକ ସମୟରେ
  14. After a long time - ଅନେକ ଦିନ ପରେ
  15. Eternity - ଅନନ୍ତକାଳ
  16. Day after tomorrow ଆଗମୀ ପରଦିନ
  17. To night - ଆଜି ରାତ୍ର
  18. This day - ଆଜିର ବାର
  19. During the time - କଥିତ ସମୟରେ
  20. Rarely/ Occasionally - କ୍ଵଚିତ
  21. Dusk/Twilight ଗୋଧୂଳି ସମୟ
  22. Last night - ଗତ ରାତ୍ର
  23. Last day - ଗତ ଦିନ
  24. Day before yesterday - ଗତ ପରଦିନ
  25. In an auspicious day - ଗୋଟିଏ ଶୁଭ ଦିନରେ
  26. In an evil day - ଗୋଟିଏ ଦୁର୍ଦ୍ଦିନରେ
  27. Moonlit night - ଚାନ୍ଦିନୀ ରାତି
  28. Ever - ଚିର କାଳ
  29. Holiday - ଛୁଟି ଦିନ
  30. A stromy day - ଝଡ଼ବତାସ ଦିନ
  31. Just at the time - ଠିକ୍ ସମୟରେ
  32. Hour - ଘଣ୍ଟା
  33. Date - ତାରିଖ
  34. Day - ଦିନ 
  35. Day time - ଦିବା ଭାଗ
  36. The close of the day - ଦିନ ଶେଷ
  37. Some day - ଦିନେ ନା ଦିନେ
  38. From day to day - ଦିନକୁ ଦିନ
  39. Every alternate day - ଦିନେ ଛଡ଼ା ଦିନେ
  40. Throughout the day - ଦିନ ତମାମ
  41. Noon - ଦିନ ଦୁଇପ୍ରହର , ମଧ୍ୟାହ୍ନ
  42. Daily - ଦୈନିକ
  43. By day - ଦିନ ବେଳେ
  44. In broad daylight - ଦିନ ଦ୍ୱିପ୍ରହର ରେ
  45. Birthday - ଜନ୍ମଦିନ
  46. Festive day - ପର୍ବ ଦିନ
  47. Forenight - ପ୍ରଥମ ପ୍ରହର ରାତି
  48. Every hour - ପ୍ରତି ଘଣ୍ଟା
  49. Every minute - ପ୍ରତି ମିନିଟ୍
  50. Every month - ପ୍ରତି ମାସ
  51. Generation - ପୁରୁଷେ ସମୟ
  52. Epoch - ପ୍ରସିଦ୍ଧ ସମୟ
  53. Year - ବର୍ଷ
  54. Present - ବର୍ତ୍ତମାନ
  55. Often - ବାରମ୍ବାର
  56. Yearly - ବାର୍ଷିକ
  57. Future - ଭବିଷ୍ୟତ
  58. Early in the morning - ଭୋର୍
  59. Moment - ମୁହୂର୍ତ୍ତ
  60. Monthly - ମାସିକ
  61. Cloudy day - ମେଘୁଆ ଦିନ
  62. Sunrise - ସୂର୍ଯ୍ୟୋଦୟ
  63. Sunset - ସୂର୍ଯ୍ୟାସ୍ତ
  64. Equinox - ସମାନ ଦିନ ଓ ରାତି
ଆଜି ଏହି ଲେଖାରେ ଆମେ କେଉଁ ସମୟ କୁ କଣ କୁହାଯାଏ,ସେ ବିଷୟରେ ଓଡ଼ିଆ ଓ ଇଂରାଜୀରେ ଜଣିଲେ।

Birds name in odia

 ପକ୍ଷୀ ମାନଙ୍କର ନାମ ଓଡ଼ିଆରେ:-

Hello...... ସାଙ୍ଗମାନେ ଆଜିର ଏହି ଲେଖାରେ ଆମେ ଆମ ଚାରିପାଖରେ ରହୁଥିବା ବିଭିନ୍ନ ଚଢେଇ ଗୁଡ଼ିକର ନାମ ବା " Birds name in hindi" ବିଷୟରେ ଜାଣିବା। ଆମେ ଚଢେଇ ଗୁଡ଼ିକୁ ଇଂରାଜୀ ଭାଷାରେ କିମ୍ବା ଓଡିଆ ରେ  କଣ  କୁହାଯାଏ ,ସେଗୁଡିକୁ ଠିକ୍ ଭାବରେ ଜାଣି ନଥିବାରୁ ବେଳେ ବେଳେ ଆମେ ପକ୍ଷୀ ଗୁଡ଼ିକୁ ଠିକ୍ ଭାବରେ ଚିହ୍ନି ପାରନ୍ତି ନାହିଁ।

Crow - କାଉ 

Parrot - ଶୁଆ

Cuckoo - କୋଇଲି

Dove - କପୋତ

Duck - ପାତିହଂସ

Eagle - ଇଗଲ୍ 

Emu - ଏମୁ ପକ୍ଷୀ

Pond heron - କାଣ୍ଟି ବଗ

Wood pecker - କାଠହଣା ପକ୍ଷୀ

Cockatoo - କାକତୁଆ

Snipe - କଦୁଆଖୁମ୍ପି

Cock - କୁକୁଡା

Hen - ମାଈ କୁକୁଡା

Hornbill - କୋଚିଲାଖାଇ

Black drongo - କଜଳପାତୀ

Strix - କଳା ପେଚା

Chicken  - କୁକୁଡା ଛୁଆ

Wagtail - ଖଞ୍ଜନ

Curlew/Bittern - କ୍ରୁଁଚ

Quail - ଗୁଁଠୁରୀ

Grey Crane - ଗେଣ୍ଡାଳିଆ

Nightingale - ବୁଲବୁଲ

Sparrow - ଘରଚଟିଆ

Peacock - ମୟୂର

Swallow - ଚାତକ

Kite - ଚିଲ

Falcon - ଚଞ୍ଚାଣ

Rook - ଡାମରା କାଉ

Partridge - ତିତିରି

Pigeon - ପାରା

Cormorant - ପାଣି କୁଆ

Drake - ପାତିହଂଶ

Owl - ପେଚା

Heron - ବଗ

Myna/Mina - ବଣି

Weaver bird - ବାୟା ଚଢ଼େଇ

Hawk - ବାଜ

Sandpiper - ବାଲି ତେଣ୍ଟେଇ

Bat - ବାଦୁଡି

Dabchick - ବିଲ ହଂସ

egret - ବଗୁଲା

Lark - ଭରତିଆ

King-fisher - ମାଛରଙ୍କା

Gander - ରାଜ ହଂସ

Goose - ରାଜ ହଁସୀ 

Vulture - ଶାଗୁଣା

Golden Oriole/ Mango bird - ହଳଦୀ ବସନ୍ତ

Penguin - ପେଙ୍ଗୁଇନ୍

Swan - ହଂସ 

Ostrich - ଓଷ୍ଟ୍ରିଚ ( ଏକ ବିଶାଳ ପକ୍ଷୀ)

Humming bird - ଗୀତ ଗାଉଥିବା ଚଢେଇ 

ଆଜି ଏହି ଲେଖାରେ ଆମେ ପକ୍ଷୀ ଗୁଡ଼ିକର ନାମ ଓଡ଼ିଆ ଓ ଇଂରାଜୀ ରେ ଜାଣିଲେ। ମୁଁ ଆଶା କରୁଛି କି ଆପଣମାନଙ୍କୁ ୟା ପରେ ଚଢେଇ ଗୁଡ଼ିକୁ ଜାଣିବା ଓ ଚିହ୍ନିବାରେ ଆପଣମାନଙ୍କୁ ଅସୁବିଧା ହେବ ନାହିଁ।

Tuesday, 18 May 2021

Vegetables name in odia

 


  1. Patato - ଆଳୁ
  2. Sweet Patato -
  3. Yam  - ଖୁମ୍ବ ଆଳୁ / ମାଟି ଆଳୁ
  4. Tomato  - ଟମାଟର / ବିଲାତି ବାଇଗଣ
  5. Arum - ସାରୁ
  6. Onion  - ପିଆଜ
  7. Turnip - ଉଲ କୋବି/ସାଲଗମ୍
  8. Sweet potato  - କନ୍ଦମୂଳ
  9. Spring onion - ଛୋଟ ପିଆଜ/ ପିଆଜ ସଂଧା
  10. Spinach - ପାଳଙ୍ଗ ଶାଗ
  11. Pumpkin  - କଖାରୁ
  12. Snake gourd - ଛଚିନ୍ଦ୍ରା
  13. Garlic - ରସୁଣ
  14. Ginger - ଅଦା
  15. Fenugreek - ମେଥି
  16. Tendil -
  17. Green chilli - ସବୁଜ ଲଙ୍କା
  18. Beans  - ଶିମ୍ବ/ବିନ୍
  19. Radish  - ମୂଳା
  20. Jackfruit - ପଣସ
  21. Ladies finger  - ଭେଣ୍ଡି
  22. Maize  - ମକା
  23. Mushroom  - ଛତୁ
  24. Mustard greens - ସୋରିଷ ଗଛ
  25. Pointed gourd -
  26. Peppermint 
  27. Ridge gourd - ଜହ୍ନି
  28. Red chilli - ଲାଲ୍ ଲଙ୍କା
  29. Pea  - ମଟର
  30. Curry leaf
  31. Cucumber  - କାକୁଡ଼ି
  32. Coriander leaf
  33. Cluster beans
  34. Chick peas/ grams
  35. Cauliflower - ଫୁଲ କୋବି
  36. Carrot - ଗାଜର
  37. Capsicum  - ସିମଳା ଲଙ୍କା
  38. Cabbage - ବନ୍ଧା କୋବି
  39. Brinjal  - ବାଇଗଣ
  40. Bottle gourd
  41. Black pepper 
  42. Beetroot
  43. Red cabbage
  44. Papaya - ଅମୃତ ଭଣ୍ଡା
  45. Banana - କଦଳୀ
  46. Raw banana - କଞ୍ଚା କଦଳୀ
  47. Raw banana flower  - କଦଳୀ ଫୁଲ
  48. Kidney beans
  49. Drumstick -  ସଜନା ଛୁଇଁ
  50. Broccoli
  51. Mustard green
  52. Peppermint
  53. Turmeric
  54. Broccoli
  55. Celery

Sunday, 2 May 2021

Raja festival essay in odia

                         ରଜପର୍ବ

ଉପକ୍ରମ:– 

କଥାରେ ଅଛି ବାର ମାସରେ ତେର ପର୍ବ; ଅର୍ଥାତ୍ ଆମ ସମାଜରେ ବହୁତ ପ୍ରକାରର ପର୍ବ ପାଳିତ ହୁଏ। ସେଗୁଡ଼ିକ ମଧ୍ୟରୁ ରଜ ପର୍ବ ଅନ୍ୟତମ। ରଜ ପର୍ବ ପ୍ରଧାନତଃ ଝିଅମାନଙ୍କର ପର୍ବ। ରଜ ପର୍ବ ପ୍ରତିବର୍ଷ ଜୁନ୍ ମାସରେ ପାଳିତ ହୋଇଥାଏ। 

ମୁଖ୍ୟତଃ ଓଡିଶାରେ ଏହାକୁ ବହୁତ ଧୁମଧାମ ରେ ପାଳନ କରାଯାଏ। ଓଡିଶାବାସୀ ଏହାକୁ ବହୁତ ହର୍ଷ ଓ ଉଲ୍ଲାସ ର ସହିତ ପାଳନ କରିଥାନ୍ତି। ରଜପର୍ବ ତିନିଦିନ ଧରି ପାଳନ କରାଯାଏ। ପ୍ରଥମ ଦିମତିକୁ ପହିଲି ରଜ ବୋଲି କୁହାଯାଇଥାଏ। ଦ୍ୱିତୀୟ ଦିନଟିକୁ ରଜ ସଂକ୍ରାନ୍ତି  ଓ ତୃତୀୟ ଦିନଟିକୁ ଭୂଇଁ ନଅଣ କୁହାଯାଏ।

ବିଧିବିଧାନ:–

ରଜପର୍ବ ର ନାମ ପଛରେ ଏକ କିମ୍ବଦନ୍ତୀ ରହିଛି। ଏହି ଦିନ ଗୁଡ଼ିକରେ ପୃଥିବୀ ମା ରଜସ୍ୱଳା ହୋଇଥାଏ। ସେଥିପାଇଁ ରାଜା ତିନି ଦିନ ଝିଅମାନେ ଖାଲିପାଦରେ ଭୂମି ଉପରେ ଚାଲିବା ନିଷେଧ ହୋଇଥାଏ। ତେଣୁ ରଜ ତିନିଦିନ ଝିଅମାନେ ପାଦରେ ଚପଲ ପିନ୍ଧି ଚାଲିଥାନ୍ତି। ଆଉ ମଧ୍ୟ ଏହି ତିନି ଦିନ ଧରି ବିଲରେ ହଳ ନିଷେଧ ହୋଇଥାଏ।

ଏହି ପର୍ବରେ ଘରେ ଘରେ ବିଭିନ୍ନ ପ୍ରକାରର ପିଠା ପଣା ପ୍ରସ୍ତୁତ ହୋଇଥାଏ। ପିଠା ପଣା ର ମହକରେ ସାରା ପରିବେଶ ମହକି ଉଠେ।  ପୋଡପିଠା,ଚକୁଳି,ମଣ୍ଡା,ସୁଜି କାକରା, ପୁର ଦିଆ ଇଟିଲି, ବରା,ପକୁଡ଼ି, ବାଇଗିଣି,ପୁରି ଓ ତା ସାଙ୍ଗକୁ  ବିଭିନ୍ନ ପ୍ରକାରର ମିଠା ଓ ତରକାରୀ ଇତ୍ୟାଦି ପ୍ରସ୍ତୁତ ହୁଏ।  ଏହି ପର୍ବ ର ପ୍ରକୃତ ମଜା ଗାଁ ଗହଳିରେ ମିଳେ। ପିଠା ପଣା ପ୍ରସ୍ତୁତ କରି ନିଜେ ଖାଇବା ସହିତ ସାହି ପଡ଼ଶାରେ ସବୁ ବଣ୍ଟା ବଣ୍ଟି ହୁଏ।

ଆହୁରି ମଧ୍ୟ ତା ସାଙ୍ଗକୁ ରଜପାନ ର ସ୍ଵାଦ ସମସ୍ତଙ୍କ ମନକୁ କିଣିନିଏ। ରଜ ପାନ ରେ ବହୁତ ପ୍ରକାରର ମିଠା ମସଲା ପଡ଼ି ପାନ ଦୋକାନ ଗୁଡ଼ିକରେ ମିଳେ। କିଛି କିଛି ଜାଗା ଗୁଡ଼ିକରେ ରଜ ପାନ ର ଷ୍ଟଲ୍ ମଧ୍ୟ ଖୋଲାଯାଇଥାଏ।


ଦୋଳି ଖେଳ:-

ଏହି ପର୍ବ ର ମୁଖ୍ୟ ଆକର୍ଷଣ ହେଉଛି ଦୋଳି। ଗାଁ ଗହଳିରେ ଆମ୍ବତୋଟା ଓ ନଦୀପଠା ରେ ଥିବା ଆମ୍ବ ଗଛ କିମ୍ବା ବର ଗଛ ଓହଳ ଗୁଡ଼ିକରେ ଦୋଳି ତିଆରି ହୋଇଥାଏ। ଦୋଳି ମଧ୍ୟରେ ବାଉଁଶ ଦୋଳି, ପଟାଦୋଳି , ନିଶୁଣି ଦୋଳି ଇତ୍ୟାଦି ମୁଖ୍ୟ।

ଏହି ପର୍ବରେ ମୁଖ୍ୟତଃ ଝିଅମାନେ ବଡିଭୋର ରୁ ଓଠି ଗାଧୋଇ ପାଧୋଇ ମନ ଆନନ୍ଦରେ ସଜବାଜ ହୋଇଥାନ୍ତି। ପହିଲି ରଜରେ ଝିଅ ମାନେ ନୂଆ ଲୁଗା ଓ ନୂଆ ଜାମା ପିନ୍ଧି ଚନ୍ଦନ ଓ ସିନ୍ଦୂରରେ ସୁସଜ୍ଜିତ ହୋଇଥାନ୍ତି। ମୁଣ୍ଡ ବାଳକୁ ସୁନ୍ଦର ଭାବେ କୁଣ୍ଡେଇଥାନ୍ତି। ପାଦରେ ଅଳତା ଓ ନଖରେ ନେଲ୍ ପଲିସ ଲଗାଇ ନିଜକୁ ସଜାଇ ସାଙ୍ଗସାଥୀ ମାନଙ୍କ ସହ ମିଶି ପିଠା ପଣା ଖାଇ ବୁଲିବାକୁ ବାହାରିଯାଆନ୍ତି। 

ସାଙ୍ଗମାନେ ଏକାଠି ହୋଇ ଦୋଳି ଖେଳିବାକୁ ବାହାରିଯାଆନ୍ତି। ଦୋଳିଖେଳ ହେଉଥିବା ସ୍ଥାନରେ ଖୁସି ମଉଜର ର ଆସର ଜମିଥାଏ। ତା ସାଙ୍ଗକୁ ରଜପାନ ଓ ଦୋଳି ଖେଳିବା ବେଳେ ବିଭିନ୍ନ ପ୍ରକାରର ଗୀତ ଗାଇଥାନ୍ତି।ଯେମିତି:-

     "ବନସ୍ତେ ଡାକିଲା ଗଜ 

                    ବରଷକେ ଥରେ ଆସିଛି ରଜ 

     ଆସିଛି ରଜ ଲୋ ଘେନି ନୂଆ ସଜବାଜ 

                    ବଉଳ ଲୋ ବେଗି ହୁଅ ସଜବାଜ"

ଏହି ପର୍ବରେ ପୁଅ ପିଲାମାନେ ମଧ୍ଯ କିଛି କମ୍ ମଉଜ ମସ୍ତି କରିନଥାନ୍ତି। ଏହି ତିନି ଦିନ ପୁଅମାନେ ବାଗୁଡ଼ି ଖେଳରେ ମାତିଯାଆନ୍ତି। ଗାଁ ଗାଁ ମଧ୍ୟରେ ବାଗୁଡ଼ି ଖେଳ ର ପ୍ରତିଯୋଗିତା ହୁଏ। ଗାଁ ର ବହୁତ ଲୋକ ଛିଡ଼ା ହୋଇ ଖେଳ ଦେଖିଥାନ୍ତି। ବୟସ୍କ ବ୍ୟକ୍ତି ମାନେ ତାସ୍ ଖେଳରେ ମାତିଯାନ୍ତି। ଆହୁରି ମଧ୍ୟ ଛୋଟ ପିଲାମାନେ ପୁଆବାଡି, ଲୁଡୁ, ବୋହୁଚୋରି ଇତ୍ୟାଦି ଖେଳରେ ମାତିଯାନ୍ତି।

ପାଗଯୋଗ:-

ସାଧାରଣତଃ ରଜ ପର୍ବରେ ପାଗ ମେଘୁଆ ହୋଇଥାଏ। ଲୋକମାନେ ଏହାକୁ ରଜପାଗ ବୋଲି କହିଥାନ୍ତି। ଏହି ରଜପାଗ କୁହାଯାଉଥିବା ମେଘୁଆ ପାଗ ବଡ଼ ଉପଭୋଗ୍ୟ ହୋଇଥାଏ। କିନ୍ତୁ ସମୟେ ସମୟେ ଝିପିଝିପି ବର୍ଷା ରଜପର୍ବ କୁ ଟିକେ ଫିକା କରି ଦେଇଥାଏ। 

ଶେଷକଥା:-

ରଜପର୍ବ ଓଡିଆ ମାନଙ୍କର ଏକ ବଡ଼ ପର୍ବ। ଏହି ପର୍ବ ଓଡ଼ିଆ ମାନଙ୍କ ବ୍ୟତୀତ ଅନ୍ୟକୌଣସି ସମାଜରେ ପ୍ରାୟ ପ୍ରଚଳିତ ନାହିଁ। ଏହାକୁ ପାଳନ କରି ଆମେ ଓଡ଼ିଆ ମାନେ ଯେତିକି ଆନନ୍ଦିତ ସେତିକି ଗୌରବ ଅନୁଭବ କରିଥାଉ।



Friday, 16 April 2021

Parts of human body in odia

Hello ... ସାଙ୍ଗମାନେ ଆଜି ଏହି ବ୍ଲଗ୍ ରେ ଆମେ  ଆମ ମଣିଷ ଶରୀରର ସମସ୍ତ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଙ୍ଗ ବିଷୟରେ ଜାଣିବା। ବହୁତ ସମୟରେ ଆମେ ଆମ ଶରୀରର ଅଙ୍ଗ ଗୁଡ଼ିକୁ ଇଂରାଜୀ ରେ କଣ କୁହାଯାଏ  ଜାଣିଥାଉ କିନ୍ତୁ ତାର ଓଡିଆ ଅର୍ଥ କୁ ଜାଣିନଥିବାରୁ ସେ ଅଙ୍ଗ ଟିକୁ ଠିକ୍ ଭାବରେ ଜାଣିପାରି ନଥାଉ, ଆହୁରି ମଧ୍ୟ ଛୋଟପିଲାଙ୍କୁ ପଢ଼ାଉଥିବା ବେଳେ ଏହି ସବୁ ଓଡ଼ିଆ ଅର୍ଥ ଗୁଡ଼ିକ ମନେ ପଡ଼ି ନଥାଏ।  

କିନ୍ତୁ ଏବେ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ, କାରଣ ଏହି ବ୍ଲଗ୍ ରେ ଆପଣ ସବୁ ଅଙ୍ଗ ଗୁଡ଼ିକର ନାମ ଇଂରାଜୀ ଏବଂ ଓଡ଼ିଆ ରେ ପାଇପାରିବେ। ଆହୁରି ମଧ୍ୟ ଅଙ୍ଗ ଗୁଡ଼ିକୁ ଭଲ ଭାବରେ ଜାଣିପାରିବ ପାଇଁ ଏହାକୁ ଚିତ୍ର ମାଧ୍ୟମରେ ମଧ୍ୟ ଦିଆଯାଇଅଛି। ତାହେଲେ ଚାଲନ୍ତୁ ଏବେ ଆରମ୍ଭ କରିବା




                                                    (External Body Parts - ବାହ୍ୟ ଅଙ୍ଗ)




ବାହ୍ୟ ଅଙ୍ଗ ( External parts):-

  1. Body - ଦେହ, ଶରୀର
  2. Limbs - ଅଙ୍ଗ ପ୍ରତ୍ୟଙ୍ଗ
  3. Head  - ମୁଣ୍ଡ
  4. Brain - ମସ୍ତିଷ୍କ
  5. Palate - ତାଳୁ
  6. Bald head  - ଚନ୍ଦାମୁଣ୍ଡ
  7. Scurf - ରୂପି
  8. Hair - ଚୁଟି
  9. Grey hair - ପାଚିଲା ବାଳ
  10. Braided hair - ବେଣୀ
  11. Chignon - ଖୋସା
  12. Forehead  - କପାଳ
  13. Marks of forehead - କପାଳ ରେଖା
  14. Temple - କପାଳ ର ଦୁଇ ପାଖ
  15. Ear - କାନ
  16. Root of the ear - କାନ ମୂଳ
  17. Ear lap - କର୍ଣ୍ଣ ପତା
  18. Ear hole - କର୍ଣ୍ଣ ଗହ୍ୱର
  19. Ear drum - କର୍ଣ୍ଣ ପଟହ
  20. Tympanum - କାନଗିରି
  21. Pinna - କର୍ଣ୍ଣପକ୍ଷ
  22. Ear wax - କାନର ମଇଳା
  23. Face - ମୁଁହ
  24. Nose - ନାକ
  25. Bridge of the nose - ନାକଦଣ୍ଡା
  26. Nostrils - ନାକପୁଡ଼ା
  27. Tooth - ଦାନ୍ତ
  28. Incisors - ଛାମୁଦାନ୍ତ
  29. Canine - ଶ୍ଵାନଦାନ୍ତ
  30. Molars - ପେଷଣ ଦାନ୍ତ
  31. Gum - ଦାନ୍ତ ମାଢି
  32. Double tooth - ବାହାଡ଼ା ଦାନ୍ତ
  33. Eye - ଆଖି
  34. Eyeball  -ଆଖିଡୋଳା
  35. Eyelid  - ଆଖି ପତା
  36. Pupil  - ଆଖି ପିତୁଳା
  37. Eyelash  - ଆଖିର ବାଳ
  38. Eye socket  - ଆଖିର କୋରଡ
  39. Eyebrow    - ଆଖିର ଭ୍ରୁଲତା
  40. Eye wax  - ଆଖିର ମଇଳା
  41. Collyrium  - ଆଖିର କଜ୍ଜଳ
  42. Mouth - ପାଟି
  43. Lip - ଓଠ, ଅଧର
  44. Lower lip - ତଳ ଅଧର
  45. Upper lip - ଉପର ଅଧର
  46. Shoulder - କାନ୍ଧ
  47. Arm - ବାହୁ
  48. Armpit - କାଖ
  49. Elbow - କହୁଣୀ
  50. Wrist - କଚଟି
  51. Cheek - ଗାଲ
  52. Dimple - ଗାଲର କୁଞ୍ଚନ ( ହସିଲା ସମୟରେ ଦେଖାଯାଏ)
  53. Neck - ବେକ
  54. Throat - ଗଳା
  55. Joint - ଗଣ୍ଠି
  56. Skin - ଚର୍ମ
  57. Beard - ଦାଢି
  58. Moustache - ନିଶ
  59. Tongue - ଜିଭ
  60. Hand - ହାତ
  61. Left hand - ବାମ ହାତ
  62. Right hand - ଡାହାଣ ହାତ
  63. Palm - ପାପୁଲି
  64. Finger - ହାତର ଆଙ୍ଗୁଠି
  65. Thumb - ବୃଦ୍ଧାଙ୍ଗୁଳି
  66. Forefinger - ବିଶି ଆଙ୍ଗୁଠି(ତର୍ଜନି)
  67. Middle finger - ମଝି ଆଙ୍ଗୁଠି
  68. Ring finger - ଅନାମିକା ଆଙ୍ଗୁଠି
  69. Little finger - କନିଷ୍ଠା ଆଙ୍ଗୁଠି
  70. Nail - ନଖ
  71. Phalanx - ଆଙ୍ଗୁଳି ର ପବ
  72. Finger tip - ଅଙ୍ଗୁଳି ର ଅଗ୍ର
  73. Chest - ଛାତି
  74. Back - ପିଠି
  75. Breast - ସ୍ତନ
  76. Waist - ଅଣ୍ଟା
  77. Toe - ପାଦ ଅଙ୍ଗୁଳି
  78. Great Toe - ଗୋଡର ବୁଢ଼ା ଆଙ୍ଗୁଠି 
  79. Belly - ପେଟ
  80. Abdomen  - ତଳିପେଟ
  81. Navel - ନାଭି
  82. Thigh - ଜଙ୍ଘ
  83. Knee - ଆଣ୍ଠୁ
  84. Knee joint - ଆଣ୍ଠୁ ଗଣ୍ଠି
  85. Knee cap - ଆଣ୍ଠୁ ଚକି
  86. Loin - କଟିଦେଶ
  87. Hump - କୁଜ
  88. Trass - କେଶଗୁଚ୍ଛ
  89. Lap - କୋଳ
  90. Leg - ଗୋଡ଼
  91. Heel - ଗୋଇଠ
  92. Skin - ଚର୍ମ
  93. Pigtail - ଚୁଟି
  94. Patch - ଛଉ
  95. Sternum - ଛାତି ପଟା
  96. Spitt - ଛେପ
  97. Matted hair - ଜଟ ହୋଇଥିବା ଚୁଟି
  98. Stool - ଝାଡ଼ା
  99. Sweat - ଝାଳ
  100. Blotch - ତିଳ କଳଯାଇ
  101. Buttock - ପିଚା
  102. Spleen - ପ୍ଲିହା
  103. Muscle - ମାଂସ ପେଶୀ
  104. Calf - ପେଣ୍ଡା
  105. Claw - ପଞ୍ଝା
  106. Corns - ହାତରେ ପଡ଼ୁଥିବା ବିଣ୍ଡି
  107. Wart - ଭାତୁଡ଼ି
  108. Stool - ମଳ
  109. Anus - ମଳ ଦ୍ଵାର
  110. Epidermis - ମଲିଚର୍ମ
  111. Urine - ମୂତ୍ର
  112. Dist - ମୁଠା
  113. Pores - ଲୋମକୁପ
  114. Snot - ସିଂଘାଣି
  115. Nipple - ସ୍ତନର ଅଗ୍ରଭାଗ
  116. Testicle/Scrotum - ଅଣ୍ଡକୋଷ

ଆଭ୍ୟନ୍ତରୀଣ ଅଙ୍ଗ ( Internal parts):-


                                                      ( Internal body parts - ଆଭ୍ୟନ୍ତରୀଣ ଅଂଗ)

  1. Brain - ମସ୍ତିଷ୍କ
  2. Skull - ମୁଣ୍ଡର ଖପୁରୀ
  3. Skeleton - କଙ୍କାଳ
  4. Spinal cord - ମେରୁଦଣ୍ଡ
  5. Nerve - ସ୍ନାୟୁ
  6. Uvula
  7. Pharynx - ଗଳକକ୍ଷ
  8. Larynx - ସ୍ୱରପେଟିକା
  9. Saliva - ଲାଳ
  10. Tonsil - ଗଲତୁଣ୍ଡିକା
  11. Oesophagus - ଖାଦ୍ୟନଳୀ
  12. Windpipe/Trachea - ଶ୍ୱାସନଳୀ
  13. Vein - ଶିରା
  14. Artery - ଧମନୀ
  15. Cell - କୋଷ
  16. Heart - ହୃଦୟ
  17. Diaphragm - ଉଦର ଓ ବକ୍ଷ କୁ ଅଲଗା କରୁଥିବା ମାଂସପେଶୀ
  18. Lungs - ଫୁସଫୁସ୍
  19. Capillaries - କୈଶିକ ନଳୀ
  20. Liver - ଯକୃତ
  21. Bile duct - ପିତ୍ତ ଗ୍ରନ୍ଥି
  22. Stomach - ପାକସ୍ଥଳୀ
  23. Uterus - ଜରାୟୁ
  24. Ovary - ଡିମ୍ବକୋଷ
  25. Tissue - ତନ୍ତୁ
  26. Kidney - ମୂତ୍ରଗ୍ରନ୍ଥି
  27. Gall bladder - ପିତ୍ତ କୋଷ
  28. Spleen -ପ୍ଳିହା
  29. Pancreas - ପାଚନଗ୍ରନ୍ଥି
  30. Large intestine - ବୃହାନ୍ତ
  31. Small intestine - କ୍ଷୁଦ୍ରାନ୍ତ 
  32. Rectum - ମଳଦ୍ଵାର ର ଶେଷ ଅଂଶ
  33. Bladder - ମୂତ୍ରାଶୟ
  34. Urethra - ମୂତ୍ରନଳୀ
  35. Anus - ମଳଦ୍ୱାର
ତା ସାଙ୍ଗମାନେ ଆଜି ଏହି ବ୍ଲଗ ରେ ଆମେ ମନୁଷ୍ୟ ର ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଙ୍ଗ ପ୍ରତ୍ୟଙ୍ଗ ବିଷୟରେ ଚିତ୍ର ସହିତ ଜାଣିଲେ। ଆଶା କରୁଛି କି ଆପଣମାନଙ୍କୁ ଏହି ଲେଖା ରେ  ଭଲ ଏବଂ ମହତ୍ତ୍ଵପୂର୍ଣ୍ଣ ତଥ୍ୟ ମିଳିଛି ଆଉ ମଧ୍ୟ ଆପଣମାନଙ୍କୁ ଏହି ଲେଖା ଭଲ ଲାଗିଥିବା ଏବଂ ପସନ୍ଦ ଆସିଥିବ। ଆପଣଙ୍କୁ ଏହି ଲେଖା କେମିତି ଲାଗିଲା comment କରି ଜଣାନ୍ତୁ।ଯଦି କିଛି ତ୍ରୁଟି ଦେଖନ୍ତି ଦୟାକରି ସୁଧାରିବା ପାଇଁ comment box ରେ ଲେଖି ଜଣାନ୍ତୁ।

Different Time in Odia

Hello ସାଙ୍ଗମାନେ....କଣ ଆପଣ ଓଡ଼ିଆ ରେ ଓ ଇଂରାଜୀ ରେ କେଉଁ ସମୟକୁ କଣ କୁହାଯାଏ ତାହା ଜାଣିଛନ୍ତି କି । ଏହି ଲେଖାରେ ଆମେ ଓଡ଼ିଆ ଓ ଇଂରାଜୀରେ ରେ କେଉଁ ସମୟକୁ କଣ କୁ...